PMSYM DIRECT LINK https://pmsym.csccloud.in/
ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ ଯୋଜନା ର ଲାଭ ଉଠାନ୍ତୁ
ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ ପେନସନ ଯୋଜନାର ଶୁଭାରମ୍ଭ ୧୫ ଫେବୃଆରୀରୁ ଆରମ୍ଭ ହୋଇଯାଇଛି । ଏହି ପେନସନ ଯୋଜନା ଅଂସଗଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକଙ୍କ ପାଇଁ ଉଦ୍ଦିଷ୍ଟ, ଯାହାର ସୁଧଦରକୁ ସଂଗଠିତ କ୍ଷେତ୍ରର ପେନସନ ଫଣ୍ଡର ସୁଧ ୮.୫୫ ପ୍ରତିଶତ ପାଖାପାଖି ରଖାଯିବ । ବୀମା ନିୟାମକ ଆଇଆରଡିଏଆଇ ଏଯାବତ୍ ସୁଧ ଦରର ଘୋଷଣା କରିନାହାଁନ୍ତି । ଏହି ଯୋଜନା ଲାଇଫ୍ କର୍ପୋରେସନ ଅଫ୍ ଇଣ୍ଡିଆ ତଥା ଏଲଆଇସି ଦ୍ୱାରା ପରିଚାଳିତ ହେବ । ଯୋଜନା ଅନୁସାରେ ଅସଂଗଠିତ କ୍ଷେତ୍ରରେ କାମ କରୁଥିବା ଲୋକଙ୍କୁ ୬୦ ବର୍ଷ ବୟସ ପରେ ୩ ହଜାର ଟଙ୍କା ପ୍ରତିମାସ ପେନସନ ବାବଦକୁ ଦିଆଯିବ । ସରକାରଙ୍କ ଏହି ଯୋଜନାର ଘୋଷଣା ଫେବୃଆରୀ ୧ ତାରିଖରେ ଉପସ୍ଥାପିତ ହୋଇଥିବା ଅନ୍ତରୀଣ ବଜେଟରେ କରାଯାଇଛି । ତେବେ ସରକାରଙ୍କ ପକ୍ଷରୁ ଏନେଇ ନିୟମାବଳୀମାନ ଜାରି କରିଦିଆଯାଇଛି । ଆସନ୍ତୁ ଜାଣିବା ଏସଂପର୍କରେ..
ଯୋଜନା ସହ ଜଡିତ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ
କେଉଁ ହୋଇପାରିବେ ସାମିଲ
ନିୟମାନୁସାରେ, ଏହି ଯୋଜନା ଅସଂଗଠିତ କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ଉପରେ ଲାଗୁ ହେବ । ଏଥିରେ ଦୋକାନୀ, ଡ୍ରାଇଭର, ପ୍ଲମ୍ବର, ଦରଜୀ, ମିଡଡେ ମିଲ୍ ୱାର୍କର, ରିକ୍ସା ଚାଳକ, ଘର ନିର୍ମାଣ କରୁଥିବା ବ୍ୟକ୍ତି ତଥା ମିସ୍ତ୍ରୀ ଏବଂ ଯୋଗାଡିଆ, ଅଳିଆ ଗୋଟାଳୀ , ବିଡି ତିଆରି ବାଲା, ଚାଷୀ, ମୋଚୀ, ଧୋବା ଇତ୍ୟାଦି ।
କିଭଳି ରହିବ କିସ୍ତି
ବୟସ ହିସାବରେ ଯୋଗଦାନର ରାଶିରେ ଫରକ୍ ଆସିବ । ଯଦି କେହି ୧୮ ବର୍ଷ ବୟସରୁ ଏହି ଯୋଜନାକୁ ଆରମ୍ଭ କରନ୍ତି ତେବେ ତାଙ୍କୁ ପ୍ରତିମାସ ୫୫ ଟଙ୍କା ଜମା କରିବାକୁ ହେବ । ସେହିପରି ୨୯ ବର୍ଷ ବୟସର ବ୍ୟକ୍ତିକୁ ଏଥିପାଇଁ ପ୍ରତିମାସ ୧୦୦ଟଙ୍କା ଏବଂ ୪୦ ବର୍ଷ ବୟସର ବ୍ୟକ୍ତିକୁ ୨୦୦ ଟଙ୍କା ପ୍ରତିମାସ ଜମା କରିବାକୁ ହେବ । ତେବେ ୧୮ରୁ ୪୦ ବର୍ଷ ବୟସ ମଧ୍ୟରେ ଥିବା ବ୍ୟକ୍ତି ମାନଧନ ଯୋଜନାରେ ସାମିଲ ହୋଇପାରିବେ ।
ଆଧାର ଜରୁରୀ
ମେଗା ପେନସନ ଯୋଜନାରେ ସାମିଲ ହେବାକୁ ହେଲେ ଅସଂଗଠିତ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିର ମାସିକ ଆୟ ୧୫ ହଜାରରୁ ଅଧିକ ହୋଇନଥିବା ଦରକାର । ଏଥିସହିତ ହିଁ ଯୋଗ୍ୟ ବ୍ୟକ୍ତି ନିକଟରେ ସଂଚୟ ବ୍ୟାଙ୍କ ଖାତା ଏବଂ ଆଧାର ନମ୍ବର ଥିବା ନିହାତି ଆବଶ୍ୟକ ।
କେଉଁମାନେ ହେବେ ବଂଚିତ
ଶ୍ରମିକର ବୟସ ୧୮ ବର୍ଷରୁ କମ୍ ଏବଂ ୪୦ ବର୍ଷରୁ ଅଧିକ ହୋଇନଥିବା ଜରୁରୀ । ସେହିପରି ଯଦି ଉକ୍ତ ବ୍ୟକ୍ତିର ନାଁ ପୂର୍ବରୁ କୌଣସି ସରକାରଙ୍କ ଜନକଲ୍ୟାଣ ତଥା ଆର୍ଥିକ ସହାୟତା ମିଳିବା ଭଳି ଯୋଜନା ତଥା ଅନ୍ୟ କୌଣସି ପେନସନ ଯୋଜନାରେ ରହିଥାଏ ତେବେ ସେ ଏହି ଯୋଜନାର ଲାଭରୁ ବଂଚିତ ହେବେ ।
କିସ୍ତି ନଦେଇପାରିଲେ କଣ ହେବ
ଯଦି କୌଣସି ବ୍ୟକ୍ତି ନିଜ ଅଂଶର ଯୋଗଦାନ ତଥା କିସ୍ତି ଦେବାରେ ଅସକ୍ଷମ ହୁଏ । ତେବେ ଏଭଳି ପରିସ୍ଥିତିରେ ବ୍ୟକ୍ତିକୁ ସୁଧ ସହିତ ବକୟା ରାଶି ପରିଶୋଧ କରି କନଟ୍ରିବ୍ୟୁସନକୁ ନିୟମିତ କରିବାର ଅନୁମତି ରହିଛି । ତେବେ ଏହି ସୁଧ ସରକାର ସ୍ଥିର କରିବେ ।
୧୦ ବର୍ଷ ପୂର୍ବରୁ ବାହାରିପାରିବେ
ସେହଭଳି ଯଦି କୌଣସି ବ୍ୟକ୍ତି ଏହି ଯୋଜନାରେ ସାମିଲ ହେବା ତାରିଖରୁ ୧୦ ବର୍ଷ ଭିତରେ ସ୍କିମରୁ ବାହାରିବାକୁ ଚାହାଁନ୍ତି ତେବେ ଏଭଳି ପରିସ୍ଥିତିରେ ତାଙ୍କୁ କେବଳ ସେତିକି ଟଙ୍କା ମିଳିବ,ଯେତିକି ଟଙ୍କା ସେ ପ୍ରତିମାସ ନିବେଶ କରୁଥିଲେ । ତେବେ ଏଥିରେ ସୁଧ ମିଳିବ ସତ କିନ୍ତୁ ସେଭିଂ ଆକାଉଂଟରେ ମିଳୁଥିବା ସୁଧ ଦରରେ ତାଙ୍କୁ ତାଙ୍କର ନିବେଶ ଟଙ୍କା ଫେରସ୍ତ ମିଳିବ ।
୬୦ ବର୍ଷ ପୂର୍ବରୁ ବାହାରିଲେ
ଯଦି ସବସ୍କ୍ରାଇବର ସ୍କିମରୁ ୧୦ ବର୍ଷ ପରେ କିନ୍ତୁ ୬୦ ବର୍ଷ ବୟସ ପୂର୍ବରୁ ବାହାରି ଯାଆନ୍ତି ତେବେ ତାଙ୍କୁ ପେନସନ ସ୍କିମରେ ଉପାର୍ଜନ କରିଥିବା ବାସ୍ତିବିକ ସୁଧ ସହିତ ସେ ନିଜେ ଜମା କରିଥିବା ଅର୍ଥରାଶିକୁ ଫେରସ୍ତ କରିଦିଆଯିବ ।
ମୃତ୍ୟୁ ହୋଇଗଲେ କଣ ହେବ
ଯଦି କୌଣସି ସଦସ୍ୟର କୌଣସି କାରଣରୁ ମୃତ୍ୟୁ ହୋଇଯାଏ ତେବେ ତାଙ୍କର ଜୀବନସାଥୀ ତଥା ପତ୍ନୀ କିମ୍ବା ସ୍ୱାମୀଙ୍କ ନିକଟରେ ଏହି ଯୋଜନାକୁ ଚଲାଇବାକୁ ବିକଳ୍ପ ରହିଛି । ଏଥିପାଇଁ ତାଙ୍କୁ ନିୟମିତ ଯୋଗଦାନ କରିବାକୁ ପଡିବ । ତେବେ ଉଭୟ ସବସ୍କ୍ରାଇବର ଏବଂ ତାଙ୍କର ଜୀବନସାଥୀଙ୍କର ମୃତ୍ୟୁ ହୋଇଗଲେ ଏହି ଟଙ୍କା ଉକ୍ତ ଫଣ୍ଡରେ ଜମା ହୋଇରହିବ । ଅର୍ଥାତ୍ ଯଦି କୌଣସି କାରଣରୁ ଜମାକାରୀର ମୃତ୍ୟୁ ହୋଇଯାଏ ତେବେ ତାଙ୍କର ଜୀବନସାଥୀକୁ ଜମାକାରୀ କରିଥିବା ଟଙ୍କାର ମାତ୍ର ୫୦ ପ୍ରତିଶତ ପାଇବାର ହକ୍ ରହିଛି । ମାତ୍ର ଯଦି କୌଣସି କାରଣରୁ ଉଭୟଙ୍କର ମୃତ୍ୟୁ ହୋଇଯାଏ ତେବେ ଏହି ଟଙ୍କା ସେମାନଙ୍କର ସନ୍ତାନ ପାଇବେ ନାହିଁ ।
ବିକଳାଙ୍ଗ ହୋଇଗଲେ..
ଯଦି ସବସ୍କ୍ରାଇବର ୬୦ ବର୍ଷ ବୟସ ପୂର୍ବରୁ ଅସ୍ଥାୟୀ ରୂପରେ ବିକଳାଙ୍ଗ ହୋଇଯାଆନ୍ତି ଏବଂ ସରକାରଙ୍କ ଏହି ଯୋଜନାରେ ଟଙ୍କା ନିବେଶ କରିବାରେ ଅସମର୍ଥ ହୋଇଯାଆନ୍ତି ତେବେ ତାଙ୍କ ନିକଟରେ ସ୍କିମର ବାସ୍ତବିକ ସୁଧ ସହିତ ନିଜ ଭାଗର ଯୋଗଦାନ ନେଇ ସ୍କିମରୁ ବାହାରି ଯିବାର ବିକଳ୍ପ ରହିଛି ।
କେଉଁଠି କରିବେ ପେନସନ ଯୋଜନାର ରେଜିଷ୍ଟ୍ରେସନ
ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ ପେନସନ ଯୋଜନାର ରେଜିଷ୍ଟ୍ରେସନ ନିକଟସ୍ଥ ଜନସେବା କେନ୍ଦ୍ରରେ ରେ କରିପାରିବେ।
ଏହି ବାର୍ତ୍ତା କୁ ଅଧିକ ରୁ ଅଧିକ ସେୟାର କରନ୍ତୁ ,ଶ୍ରମିକ,ଦିନ ମଜୁରିଆ, ଖଟିଖିଆ ଗରିବ ଶ୍ରେଣୀର ଲୋକମାନେ ଜୀବନର ଶେଷ ପାହାଚ ରେ ପେନସନ ପାଇପାରିବେ ଖୁସି ରେ ବଞ୍ଚିପାରିବେ ଚେଷ୍ଟା କରନ୍ତୁ।
DOWNLOAD PMSYSM MORPHO LINK

No comments:
Post a Comment